ସୁନା ସ୍ମଗଲର ରାନ୍ୟା ରାଓଙ୍କୁ ବଡ ଝଟକା, ୩୪ କୋଟିର ସମ୍ପତ୍ତି ଜବତ କଲା ଇଡି

Published By : Prameya-News7 Bureau | July 05, 2025 IST

ମୁମ୍ଵାଇ ୦୫।୦୭; ସୁନା ଚୋରା ଚାଲାଣ ଘଟଣାରେ ସମ୍ପୃକ୍ତ କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ (ହର୍ଷବର୍ଦ୍ଧିନୀ ରାନ୍ୟା)ଙ୍କୁ ୩୪.୧୨ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜବତ କରିଛି । ଇଡି ପକ୍ଷରୁ ମନି ଲଣ୍ଡରିଂ ଆଇନ ଅନୁସାରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜବତ କରାଯାଇଥିବା ସମ୍ପତ୍ତି ମଧ୍ୟରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି । 

ଗତ ମାର୍ଚ୍ଚ ୩ ତାରିଖରେ ଡିଆରଆଇ ଅଧିକାରୀମାନେ ବେଙ୍ଗାଲୁରୁ ଆନ୍ତର୍ଜାତିକ ବିମାନବନ୍ଦରରେ ରାନ୍ୟା ରାଓଙ୍କୁ ଧରିବା ସହ ତାଙ୍କ ଠାରୁ ୧୪ କି.ଗ୍ରାରୁ ଅଧିକ ସୁନା ଜବତ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ ୧୨.୫୬ କୋଟି ଟଙ୍କା ହେବ । ଦୁବାଇରୁ ଏହି ସୁନା ସେ ଚୋରାରେ ଆଣୁଥିବା ଜଣାପଡିଥିଲା । ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ଘରେ ଚଢ଼ଉ କରାଯିବା ପରେ ସେଠାରୁ ୨ କୋଟି ୬୭ ଲକ୍ଷ ନଗଦ ଟଙ୍କା ଏବଂ ୨ କୋଟିରୁ ଅଧିକ ଟଙ୍କାର ସୁନା ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.